୬୭ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ପ୍ରାଥମିକ ଶିକ୍ଷକ ମାନ୍ୟତା

ପାଟଣା: ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ପତ୍ରାଙ୍କ ୧୮୮୯/ତା ୨୬/୭/୨୦୨୧ ରିଖ ଅନୁଯାୟୀ ପାଟଣା ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ୬୭ ଜଣ କନିଷ୍ଠ ଶିକ୍ଷକଙ୍କ ଦୀର୍ଘ ୬ ବର୍ଷର କାର୍ଯ୍ୟ ଦକ୍ଷତାକୁ ସନ୍ତୋଷଜନକ ମନେ କରାଯାଇ ସେମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସମସ୍ତ ପଦୋନ୍ନତି ପ୍ରାପ୍ତ ନିୟମିତ ଶିକ୍ଷକମାନଙ୍କୁ ପାଟଣା ଗୋଷ୍ଠି ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଏବିଇଓ ଗୌରାଙ୍ଗ ଚରଣ ଖିଲାର ଓ ସଚ୍ଚିଦାନନ୍ଦ ସେଠୀ, ଭାରପ୍ରାପ୍ତ ଏବିଇଓ ସନ୍ତୋଷ କୁମାର ନାଏକ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳା କାନ୍ତ ପତି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ମହାନ୍ତ ଓ ଶ୍ରୀକାନ୍ତ ବିଶ୍ବାଳଙ୍କ ଉପସ୍ଥିତି ରେ ପଦୋନ୍ନତି ପତ୍ର ପ୍ରଦାନ କରିଥିବା ଜଣାପଡିଛି।

Comments are closed.