ବର ଗଛକୁ ଧକ୍କା ଦେଇ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ, ଚାଳକ ଆହତ

ପାଟଣା  –  କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ର କାଶିଆ ନିକଟରେ ଆଜି ଅପରାହ୍ନରେ ଏକ ହାଇଓ୍ବା ରାସ୍ତା ପାର୍ଶ୍ବ ରେ ଥିବା ଏକ ବର ଗଛ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ରେ ଗାଡିର ସମ୍ମୁଖ ଭାଗ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ଜଣଙ୍କ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ହାଇଓ୍ବା ଟି ପାଟଣା ରୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

Comments are closed.