ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

ପାଟଣା – ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମର ଫକୀର ମୁଣ୍ଡାଙ୍କ ପତ୍ନୀ କୌଶଲ୍ୟା ମୁଣ୍ଡା (୩୫) ଗତରାତି ନିଜ ଘରେ ବେକରେ ପତଳା ଚାଦର ବାନ୍ଧି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଗତରାତୀ ୯ ଟା ସମୟରେ ଏହି ଘଟଣା ଘଟିବା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପାଟଣା ଡ଼ାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଢେଙ୍କିକୋଟ ପୁଲିସ ଙ୍କୁ ସୂଚନା ମିଳିବା ପରେ ଫାଣ୍ଡି ଅଧିକାରୀ ତରଣିସେନ ବାଗ ପାଟଣା ଯାଇ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

Comments are closed.