ଭାଦ୍ରବ ପୂର୍ଣ୍ଣିମା ଉପଲକ୍ଷେ ସୁଆମ ଶାସନରେ ହରିହାଟ

ପାଟଣା :  ପାଟଣା ବ୍ଲକ ସୁଆମ ଶାସନରେ  ଭାଦ୍ରବ ପୂର୍ଣ୍ଣିମା ଉପଲକ୍ଷେ ହରିହାଟ ଅନୁଷ୍ଠିତ ହୋଇଯାଇଛି । ଏହି ହରି ହାଟରେ ରାମ, ଲଷ୍ମଣ ସୀତା, ହନୁମାନଙ୍କର ମୂର୍ତ୍ତି ରଖି ପୂଜାର୍ଚ୍ଚନା କରାଯାଇଛି। ପୂଜକ ଅଲେଖ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ଶେଖର ଦାଶ ପୂଜା କାର୍ୟ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବେ ଲୋକନାଥ ମିଶ୍ର ରହିଛନ୍ତି । ଗୌରୀ ଚନ୍ଦ୍ର ତ୍ରିପାଠୀ , ରବି ନାରାୟଣ ଦାଶ, ଅଜିତ କୁମାର ଦାଶ, ଯିତେଦ୍ର କୁମାର ମିଶ୍ର, ଗିରିଜା ରଞ୍ଜନ ମିଶ୍ର, ସୁମିତି ପତି, ବୀର କିଶୋର ଦୀବେଦୀ, ଶିବ ପ୍ରକାଶ ଦାଶ, ହିମାଂଶୁ ମିଶ୍ର, ତରୁଣ କୁମାର ତ୍ରିପାଠୀ, କୁଳମଣି ଶତପଥି, ଭାଗୀରଥି ଦାଶ ଙ୍କ ସହ ଗ୍ରାମର ସମସ୍ତ ଯୁବକ ମାନେ ଶ୍ରୀମଦ ଭାଗବତ ପାଠ, ଗୀତା ପାଠ, ବିଷ୍ଣୁ ସହସ୍ର ନାମ, ଶିବ ଚାଳିଶା ସହ ସମସ୍ତ ଧର୍ମ ଗ୍ରନ୍ଥ ପାଠ କରୁଛନ୍ତି । ଶେଷରେ ସମସ୍ତଙ୍କ ପାଇଁ ଭୋଗର ବ୍ୟବସ୍ଥା କରାଯାଇଥିଲା।

Comments are closed.