ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତଣ୍ଡ ଗ୍ରାମରେ ରବିବାର ଅପରାହ୍ନରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ଗ୍ରାମର କୁନା ନାଏକ(୬୦) ବୋଲି ଜଣାପଡିଛି । ସେ ଆଜି ଅପରାହ୍ନରେ ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣରେ ତାଙ୍କ ମୁହଁ ଓ ଜଙ୍ଘରେ ଗଭିର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ବନ ବିଭାଗ ସହାୟତାରେ ପ୍ରଥମେ ପାଟଣା ମେଡିକାଲରେ ଏବଂ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।

Comments are closed.