ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନର୍ଗତ ତୁରୁମୁଙ୍ଗା – ଚମ୍ପୁଆ ରାସ୍ତାରେ କାଠ ଗାଡିକୁ ଏସକଟ୍ ଯୋଗାଇ ଦେଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପୋଖରୀ ଭିତରେ ପଶି ଯାଇଛି । ସେହି କାରଟି ଚଢେଇଭୋଳ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କାରଟି ଦୃତ ଗତିରେ ଯାଉଥିବା ବେଳେ ବୁଢିକାପୁଡି ପଞ୍ଚାୟତ ଲକ୍ଷ୍ମିପଶି ନିକଟରେ କାରଟି ରାସ୍ତା କଡ଼ ପୋଖରୀ ଭିତରେ ପଶି ଯିବା ସହ ସମ୍ପୂର୍ଣ୍ଣ ପାଣିରେ ବୁଡି ଯାଇଥିଲା । ତେବେ କାରରେ ଥିବା ୪ଜଣ ବ୍ୟକ୍ତି କାରର ଡୋର ତାଡି ସେମାନେ ବାହାରି ଆସିବାରେ ସକ୍ଷମ ହୋଇଥିଲେ । ସେମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।  କାରଟିକୁ ପାଣି ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର ଭିତରେ କରତ ଓ ଟାଙ୍ଗିଆ ଥିବା ଦେଖାଯାଇଥିଲା । ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Comments are closed.