ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ହାତୀବାରୀ ଛକ ନିକଟରେ ଆଜି ସନ୍ଧ୍ୟା ସାଢ଼େ ଆଠଟା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଇଁଣ୍ଡା ଗ୍ରାମର ରତିରଞ୍ଜନ ବେହେରା (୩୫) ବୋଲି ଜଣାପଡିଛି । ସେ ତୁରୁମୁଙ୍ଗା ବଜାରକୁ ଆସୁଥିବା ବେଳେ କୌଣସି ଗାଡ଼ି ତାଙ୍କୁ ପଛପଟରୁ ଧକ୍କା ଦେଇଥିଲା । ଫଳରେ ସେ କଂକ୍ରିଟ ରାସ୍ତା ଉପରେ ମୁହଁ ମାଡି ପଡିବାରୁ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଥିବା ବେଳେ ମୃତକଙ୍କ ପରିବାର ସହ ୨ଶହ ରୁ ଉର୍ଦ୍ଧ୍ୱ ଲୋକ ଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Comments are closed.