ସାନଭାଇର ତୀର ମାଡରେ ବଡଭାଇ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ପିପିଳିଆ ଗ୍ରମରେ ଘଟିଯାଇଛି ଅଭାବନୀୟ ଘଟଣା । ସାନଭାଇ ଶୁକ୍ରା ମୁଣ୍ଡାର ତୀର ମାଡରେ ବଡଭାଇ ଚନ୍ଦ୍ରୁ ମୁଣ୍ଡା ଗୁରୁତର ହୋଇପଡିଛ। ତୀରଟି ଛାତିରେ ଗଳି ଯାଇ ଲାଗି ରହିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରବିବାର ସଂନ୍ଧ୍ୟା ସମୟରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥଇଲା । ଏହାପରେ  ସାନଭାଇ ଶୁକ୍ରା ମୁଣ୍ଡା ବଡ ଭାଇ ଚନ୍ଦ୍ରୁ ମୁଣ୍ଡାକୁ ତୀରମାଡ କରିଥିଲା ।

Comments are closed.