ଭୁବନେଶ୍ବର ଫେରନ୍ତା ୨ଯୁବତୀକୁ ନେଇ ଗାଁରେ ଅଶାନ୍ତି; ହୋମ ଆଇସୋଲେସନରେ ରଖିଲା ପୁଲିସ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ପିପିଳିଆ ଗ୍ରାମର ଦୁଇ ଯୁବତୀ ଭୂବନେଶ୍ବରରୁ ଗତ ଶନିବାର ଗ୍ରାମକୁ ଆସିଥିବା ବେଳେ ଏମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା। ଗତ ଶନିବାର ରାତିରେ ଉଭୟ ଯୁବତୀ ଘରେ ପହଞ୍ଚିବା ପରେ ରବିବାର ଦିନ ସାହିଲୋକ ଜାଣିଥଲେ, ପରେ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ପହଞ୍ଚି ଘରଲୋକଙ୍କୁ ତାଗିଦ କରିଥିଲେ ମଧ୍ୟ ସାହିର ଏହି ଦୁଇ ଯୁବତୀ ନଳକୂପ ପାଣି ଓ ପୋଖରୀର ଗାଧୋଇବା ସହ ଅନ୍ୟ ଲୋକଙ୍କ ମିଳାମିଶା କରିଥିଲେ। ସାହିର ମହିଳାମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଖବର ପାଇ ସୋମବାର ସନ୍ଧ୍ୟାରେ ଢେଙ୍କିକୋଟ ପୁଲିସ ପିପିଳିଆ ଗ୍ରାମରେ ପହଞ୍ଚି ସରପଞ୍ଚ ଗୋଲାପ ନାୟକଙ୍କ ଉପସ୍ଥିତିରେ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.