ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସହାରପଡା ବ୍ଲକ ଶଙ୍ଖୁଆ ଗ୍ରାମର କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କର ଶନିବାର ଝୁଲନ୍ତା ମୃତଦେହ ସାହାରପଡା ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ହେଲେ ସ୍ବର୍ଗତ ଭୁଣ୍ଡୁ ମୁଣ୍ଡାଙ୍କ ପୁଅ ସାମ ଗୁଇପାଇ ବୋଲି ଜଣାପଡିଛି । ସେ ଗତକାଲି ଠାରୁ ଘରେ ନ ଥିବା ବେଳେ ଆଜି ସାମର ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟଲୋକେ ଦେଖିପୁଲିସକୁ ଖବର ଦେଇଥିଲେ । ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠିଇଛନ୍ତି । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।

Comments are closed.