ଶାଗୁଆନ ପଟା ସହ ସରଞ୍ଜାମ ଜବତ କଲା ପାଟଣା ବନ ବିଭାଗ

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଝିଞ୍ଜିରନାଳୀ ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ପାଟଣା ବନ ବିଭାଗ ଶାଗୁଆନ ପଟା ସହ ୨ଟି କରତ ଓ ଟାଙ୍ଗିଆ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି ।

 ମିଳିଥିବା ସୂଚନା ଅନୁସାରେ,  ଝିଞ୍ଜିରନାଳୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଶାଗୁଆନ ଗଛ କଟାଯାଇଥିବା ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାୟକଙ୍କ ନେତୃତ୍ବରେ ପାଟଣା ବନପାଳ ସନ୍ତୋଷ କୁମାର ପହି ଓ ପାରାଷ୍ଟାଫ ଗୁରୁବାର ପୂର୍ବାହ୍ନରେ ଚଢ଼ାଉ କରିଥିଲେ । ବନବିଭାଗକୁ ଦେଖି କାଠ ମାଫିଆ ଓ କାଠ କାଟୁଥିବା ଲୋକମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଘଟଣାସ୍ଥଳରୁ ୧୦ଟି ଶାଗୁଆନ ପଟା, ୨ ଟି କରତ , ୨ ଟି ଟାଙ୍ଗିଆ ଓ ଅନ୍ୟାନ୍ୟ କାଠକଟା ସରଞ୍ଜାମ ବନବିଭାଗ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି। ଶାଗୁଆନ ପଟାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି।

 

 

 

Comments are closed.