ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ଗ୍ରାମରେ ବୁଧବାର ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ପଡୋଶୀ ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ଉପଦ୍ରବ ଜାରୀ ରଖିଥିବା ଏହି ହାତୀପଲ ବୁଧବାର ରାତିରେ ସାନ ଗମ୍ଭାରୀଆ ଓ ମହିଁଷାମୁଣ୍ଡି ଗ୍ରାମରେ ପଶି ବ୍ୟାପକ କୋବି ଫସଲ ନଷ୍ଟ କରିବା ସହ ଧାନଖଳାରେ ଧାନ ବିଡା ଖାଇ ନଷ୍ଟ କରିଛନ୍ତି । ସାନଗମ୍ଭାରୀଆ ଗ୍ରାମର ଶରତ ମହାନ୍ତ ଓ ପ୍ରଦୀପ ମହାନ୍ତଙ୍କ କୋବି ବଗିଚାରେ ପଶି ମାଡି ଚକଟି ନଷ୍ଟ କରିଛନ୍ତି । ସେହିପରି ଏହି ହାତୀପଲ ମହିଁଷାମୁଣ୍ଡି ଗ୍ରାମର ସୋନାରା ମୁଣ୍ଡାଙ୍କ ଧାନ ଖାଇ ନଷ୍ଟ କରିଛନ୍ତି। ଖୁବ ଶୀଘ୍ର କ୍ଷତି ଗ୍ରସ୍ଥ ଚାଷୀ ଙ୍କ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିବା ସହ ହାତୀପଲ ଙ୍କୁ ଘଉଡାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Comments are closed.