ଅପପୁଷ୍ଟି ଦୂର ପାଇଁ ମୋ ଉପକାରୀ ବଗିଚା ଯୋଜନାର ଶୁଭାରମ୍ଭ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତିର ଗର୍ଭବତୀ ମହିଳା, ପ୍ରସୂତି ମାଆ ଓ ୫ ବର୍ଷରୁ କମ ଶିଶୁ ମାନଙ୍କୁ ଅପପୁଷ୍ଟି ଦୂର କରିବା ପାଇଁ ମୋ ଉପକାରୀ ବଗିଚାର ଶୁଭାରମ୍ଭ କରାଯାଇଛି। ପ୍ରଥମ କରି ଟାଙ୍ଗରପଡା ଏବଂ ବୁଢ଼ିକାପୁଡି ପଞ୍ଚାୟତରେ ଏହି ଯୋଜନା ପ୍ରଦାନ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ଵାରା କରାଯାଉଛି।

ଓଡ଼ିଶା ଜୀବିକା ମିଶନର ବ୍ଲକ୍ ପ୍ରକଳ୍ପ ସଂଯୋଜକ ମନୋରଞ୍ଜନ ମହାପାତ୍ର, ପ୍ରଦାନ ସଂଗଠନର ସ୍ମୃତିରେଖା କର, ବି. ଏଲ୍.ସି ଦୀପ୍ତି ପଣ୍ଡା ପ୍ରମୁଖ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନ ଓ ଅଗ୍ରଣୀ କୃଷକ ସହଯୋଗରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ପାଟଣା ବି.ଡି.ଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ପରୋକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଛି। ବୁଢିକାପୁଡି ପଞ୍ଚାୟତରେ ୪୫୦ଟି ୨ ଡିସମିଲ୍ ଲେଖାଏଁ ପ୍ଲଟ ଏବଂ ଟାଙ୍ଗରପଡା ପଞ୍ଚାୟତରେ ମଧ୍ୟ ସମାନ ସଂଖ୍ୟକ ପ୍ଲଟରେ ମୋ ଉପକାରୀ ବଗିଚା ଯୋଜନା କରାଯିବ। ଗୋଟିଏ ପ୍ଲଟରେ ୭ଟି ବେଡ୍ ରହିବା ସହ ଏହାର କଡେ କଡେ ପୁଷ୍ଟିକାରକ ଅମୃତଭଣ୍ଡା , ସଜନା, କଦଳୀ ଓ ଲେମ୍ବୁ ଆଦି ଚାରା ସହ ଅନ୍ୟାନ୍ୟ ପନିପରିବା ମଞ୍ଜି ହିତାଧିକାରୀଙ୍କୁ ଦିଆଯାଇ ବର୍ଷା ସାରା ଏଠାରୁ କେମିତି ପୁଷ୍ଟିଯୁକ୍ତ ପନିପରିବା ମିଳିପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି।

Comments are closed.