ଭାରତରେ ବ୍ୟବହୃତ ସାଧାରଣ ପାସୱାର୍ଡ ହେଉଛି ‘ପାସୱାର୍ଡ’

ନୂଆଦିଲ୍ଲୀ: ଦେଶରେ ଜନସାଧାରଣ ସେମାନଙ୍କର ପାସୱାର୍ଡ ଭାବରେ ‘୧୨୩୪୫୬’କୁ ବ୍ୟବହାର କରନ୍ତି ବୋଲି ପୂର୍ବରୁ ଜଣାଯାଇଥିଲା । ତେବେ ଏକ ନୂଆ ଗବେଷଣା ଅନୁଯାୟୀ ସଂପ୍ରତି ‘ପାସୱାଡ’ (ପିଏଏସଏସଡବ୍ଲୁଓଆରଡି) ସବୁଠାରୁ ଅଧିକ ସଂଖ୍ୟକ ଲୋକଙ୍କ ଦ୍ୱାରା ସେମାନଙ୍କର ପାସୱାର୍ଡ ଭାବରେ ବ୍ୟବହାର କରାଯାଉଛି । ପାସୱାର୍ଡ ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ଶବ୍ଦ ମଧ୍ୟରେ ‘ଆଇଲଭୟୁ’, ‘କ୍ରିଷ୍ଣା’, ‘ସାଇରାମ’, ‘ଓମସାଇରା’ ଆଦି ରହିଛି ବୋଲି ପାସୱାଡ ପରିଚାଳନାକାରୀ ସଂସ୍ଥା ନର୍ଡପାସ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାଯାଇଛି । ଏଥିରୁ ଜଣାଯାଇଛି ଯେ ଭାରତୀୟମାନେ ସେମାନଙ୍କ ପାଇଁ ସହଜ ହେଉଥିବା ବିଭିନ୍ନ ଅକ୍ଷର ଓ ସଂଖ୍ୟାକୁ ପାସୱାର୍ଡ ଭାବରେ ବ୍ୟବହାର କରିଥାନ୍ତି । ‘୧୨୩୪୫୬’ ଅଥବା କି ବୋର୍ଡରେ ତାହା ତଳକୁ ଥିବା ଇଂରାଜୀ ଅକ୍ଷର ‘କ୍ୟୁଡବ୍ଲୁଇଆରଟିୱାଇ’ କିମ୍ବା ଦୁଇଟିଯାକ ମିଶାଇ ସାରା ବିଶ୍ୱର ଅଧିକାଂଶ ଲୋକ ପାସୱାର୍ଡ ଭାବରେ ବ୍ୟବହାର କରରୁଛନ୍ତି । ଗବେଷଣାରେ ସାମିଲ କରାଯାଇଥିବା ୫୦ ଜଣଙ୍କ ମଧ୍ୟରୁ ୪୩ ଜଣ ‘୧୨୩୪୫୬’କୁ ଏକନମ୍ବର ପାସୱାର୍ଡ ଭାବରେ ପସନ୍ଦ କରୁଥିବା ଜଣାପଡିଥିଲା । ବିଶ୍ୱର କିଛି ରାଷ୍ଟ୍ର ଅତି ସାଧାରଣ ପାସୱାର୍ଡ ବ୍ୟବହାର କରୁଥିବାବେଳେ ସେଥିମଧ୍ୟରେ ଭାରତ ରହିଛି । ସେହିଭଳି ଭାରତୀୟମାନେ ‘ଆଇଲଭୟୁ’, ‘ସ୍ୱିଟହାର୍ଟ’, ‘ସନସାଇନ’, ‘ଲଭଲି’ ଆଦିକୁ ସାଧାରଣତଃ ପାସୱାର୍ଡ ଭାବରେ ବ୍ୟବହାର କରିଥାନ୍ତି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଭଳି ଦୁର୍ବଳ ପାସୱାର୍ଡ କାରଣରୁ ଲୋକମାନେ ଅନେକ ସମୟରେ ସାଇବର ଠକେଇର ଶିକାର ହେଉଥିଲେ ମଧ୍ୟ ସେମାନେ ଉପଯୁକ୍ତ ପାସୱାର୍ଡ ବ୍ୟବହାର କରୁନାହାନ୍ତି ।

Comments are closed.