ଆଫଗାନିସ୍ଥାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ଥ

ଆଫଗାନିସ୍ଥାନ: ଆଫଗାନିସ୍ଥାନରେ ଏକ ଯାତ୍ରୀ ବାହୀ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି । ଆଫଗାନିସ୍ଥାନର ପୂର୍ବ ଗଜନୀ ପ୍ରାନ୍ଥରେ ସୋମବାର ଭାରତୀୟ ସମୟ ୧.୧୦ଟା ସମୟରେ ଏରିୟାନ ଆଫଗାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଯାତ୍ରୀ ଥିବା ଜଣାପଡିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ସେହି ଅଞ୍ଚଳଟି ଆତଙ୍କବାଦୀ ସଙ୍ଗଠନ ତାଲିବାନ ମାନଙ୍କ ନିୟନ୍ତ୍ରଣାଧିନ ବୋଲି ଜଣାପଡିଛି। ତାଲିବାନ ନିୟନ୍ତ୍ରଣାଧୀନ ଅଞ୍ଚଳ ହୋଇଥିବାରି ବିମାନରେ କେତେ ଜଣ ମୃତାହତ ହୋଇଛନ୍ତି ତାହାର ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

 

Comments are closed.