ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷ ଠାବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷ ଠାବ ହୋଇଛି । ଅରୁଣାଚଳ ପ୍ରଦେଶର ଲୀପୋ ଅଞ୍ଚଳରେ ଏଏନ୍-୩୨ର ଭଗ୍ନାବଶେଷ ମିଳିଛି । ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ନିଖୋଜ ବିମାନର ଭଗ୍ନାବଶେଷ ଠାବ କରିବାରେ ସଫଳ ହୋଇଛି । ଜୁନ ୩ରେ ଏହି ବିମାନ ଜୋରହାଟ ବିମାନବନ୍ଦରରୁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିଲା। ସେଥିରେ ୧୩ ଜଣ ଯାତ୍ରୀ ଥିଲେ । ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ନିଖୋଜ ବିମାନ ଏଏନ୍-୩୨ ଭଗ୍ନାବଶେଷ ଅରୁଣାଚଳ ପ୍ରଦେଶର ଲୀପୋ ଠାରୁ ୧୬ କିମି ଦୂରରେ ଠାବ କରାଯାଇଛି । ଏଥିରେ ଓଡ଼ିଆ ପାଇଲଟ୍ ସୁମିତ ମହାନ୍ତି ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।

Comments are closed.