ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ ମିଶି ହେଲା ଗେଟିଏ କେନ୍ଦ୍ରଶାସିତ ଅଞ୍ଚଳ

ଦେଶରେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ହେଲା ୯

ନୂଆଦିଲ୍ଲୀ : ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ ବିଲ୍‍ ୨୦୧୯ ରାଜ୍ୟସଭାର ଅନୁମୋଦନ ଲାଭ କରିବା ସହ ଆଜି ପାର୍ଲାମେଣ୍ଟର ଅନୁମୋଦନ ଳାଭ କରିଛି। ପୂର୍ବରୁ ଏହି ବିଲ୍‍ ଲୋକସଭାରେ ଗୃହୀତ ହୋଇସାରିଥିଲା। ବିଲ୍‍ ଅନୁସାରେ ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଶ୍ରଣ କରାଯାଇ ଗୋଟିଏ
କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବ। ଫଳରେ ସେହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସେବା ଯୋଗାଣ ଓ ସେମାନଙ୍କୁ ସରକାରୀ କାର୍ଯ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ଓ ହଇରାଣ ହରକତ ହେବାରୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ବିଲ୍‍ ଉପରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି, ଏହା ସେହି ଅଞ୍ଚଳର ଲୋକମାନଙ୍କର ଦୀର୍ଘ ଦିନର ଦାବି ଥିଲା। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଶ୍ରଣ ପରେ ଭାଷାନୀତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟିକରଣ ଦେଇଛନ୍ତି।

Comments are closed.