ଦିଲ୍ଲୀ ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ: ଲୋକ ସଭା ୨ ଥର ମୁଲତବୀ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ବୁଧବାର ସଂସଦରେ ପୁଣି ଥରେ ହଟ୍ଟଗୋଳ ହୋଇଛି। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀମାନେ ସରକାରଙ୍କୁ ଘେରିବା ସହିତ ସ୍ଥଗିତ ପ୍ରସ୍ତାବ ଆଣିବା ଦାବିରେ ହଙ୍ଗାମା କରିଥିଲେ। ଦିଲ୍ଲୀ ହିଂସା ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ବିରୋଧୀ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। ଫଳରେ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲୋକ ସଭାକୁ ମୁଲତବି ଘୋଷଣା କରାଯାଇଥିଲା। ପରେ ୧୨ଟାରେ କାର୍ଯ୍ୟ ଆରମ୍ଭ ହେବାରୁ ପୁଣି ବିରୋଧୀମାନେ ହଟ୍ଟଗୋଳ କରିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଅନ୍ୟପଟେ ରାଜ୍ୟ ସଭାକୁ ଆସନ୍ତା କାଲି ପୂର୍ବାହ୍ନ ୧୧ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

Comments are closed.