ବାରବାଟୀ ଦିନିକିଆ ପାଇଁ କମିଶନରେଟ୍‌ ପୁଲିସର ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା

କଟକ: ଆଉ ମାତ୍ର ୨ ଦିନ ପରେ ଅର୍ଥାତ୍‍ ୨୨ ତାରିଖରେ କଟକ ବାରବାଟୀରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ କ୍ରିକେଟ ମ୍ୟାଚ୍‍ ଖେଳାଯିବ। ଏହା ନିର୍ଣ୍ଣାୟକ ମ୍ୟାଚ୍‍ ହୋଇଥିବାରୁ ଆଶାତୀତ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ତେବେ ଆସନ୍ତୁ ଜାଣିବା କ’ଣ ସବୁ ବ୍ୟବସ୍ଥା ରହିଛି –

-ମାତାମଠ ଦେଇ ରିଂ ରୋଡ଼ରେ ଆସୁଥିବା ଗାଡ଼ିଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।
-ହାଓଡ଼ା ମୋଟର ଛକ ଓ ମଣୀସାହୁ ଛକ ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ରିଂ ରୋଡ଼୍‍ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।
-ଚହଟା ଛକ ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ କାର୍ତ୍ତିକେଶ୍ୱର ଗଡ଼ା ଦେଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।
-କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଆନନ୍ଦ ଭବନ ପଡ଼ିଆରେ ପାର୍କିଂ କରିପାରିବେ।
-ଚଣ୍ଡୀ ଛକ ଓ କଳା ବିକାଶ କେନ୍ଦ୍ର ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ଦୟାଶ୍ରମ ସାମ୍ନା ପଡ଼ିଆରେ ପାର୍କିଂ କରିବେ।
-ଓସିଏ ପାର୍କିଂ ପାସ୍‍ ପାଇଥିବା ବ୍ୟକ୍ତି ମଧୁସୂଦନ ମୂର୍ତ୍ତି କିମ୍ବା ନାରୀସେବା ସଦନ ଛକ ଦେଇ ଗେଟ୍‍ ନଂ-୧ରେ ଯାଇ ଓସିଏ ପଡ଼ିଆରେ ପାର୍କିଂ କରିବେ।
-ସେହିପରି ଜାଭିଅର୍‍ ଗ୍ରାଉଣ୍ଡରେ ପାସ୍‍ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍‍ ନଂ-୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ।
ଏହି ଅସ୍ଥାୟୀ ଯାନବାହାନ କଟକଣା ବ୍ୟବସ୍ଥା ୨୨ ତାରିଖ ସକାଳ ୮ଟାରୁ ଖେଳ ସରିବା ପର୍ଯ୍ୟନ୍ତ ତଥା ଭିଡ଼ ଭାଙ୍ଗିବା ଯାଏ ବଳବତ୍ତର ରହିବ।

Comments are closed.