ରାଜଧାନୀରେ ପାର୍କ ଉତ୍ସବ

ଭୁବନେଶ୍ବର: ପଥ ଉତ୍ସବ ପରେ ଏବେ ରାଜଧାନୀମାସୀଙ୍କୁ ଆକୃଷ୍ଟ କରୁଛି ପାର୍କ ଉତ୍ସବ। ବିଡିଏ, ବିଏମସି, କମିସନରେଟ ପୁଲିସ ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ରବିବାର ପୋଖରୀପୁଟ ମଧୁସୂଦନ ପାର୍କରେ ପ୍ରଥମ କରି ପାର୍କ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଟାରୁ ୯ଟା ଯାଏଁ ଏହି ପାର୍କ ଉତ୍ସବ ଚାଲିଥିଲା। ପାର୍କର ଗୋଟିଏ ପଟରେ ଷ୍ଟେଜ୍ କରାଯାଇଥିଲା। ନାଚ ଗୀତ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛୋଟ ଶିଶୁ କଳାକାରମାନେ ନାଚଗୀତ କରି ଦର୍ଶକଙ୍କ ମନ ମୋହିଥିଲେ। ଅନ୍ୟ କିଛି କଳାକାର ଚତ୍ର ଅଙ୍କନ କରୁଥିବା ଦେଖିବାକୁ ମିଳିଥିଲା।

Comments are closed.