ଆସନ୍ତାମାସରେ ଅନୁଷ୍ଠିତ ହେବ ଚତୁର୍ଥ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ନୂଆଦିଲ୍ଳୀ :  ଚତୁର୍ଥ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆସନ୍ତା ମାସରେ ଅନୁଷ୍ଠିତ ହେବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ଘୋଷଣା କରିଛନ୍ତି। ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅବିଭାବକ ମାନଙ୍କ ସହ ବାର୍ତ୍ତାଳାପ କରିଥାନ୍ତି।
ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ନିଶଙ୍କ କହିଛନ୍ତି, ଆଗାମୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତାମାସ ୧୪ ତାରିଖରେ ଅନୁଷ୍ଠିତ ହେବ। ସେ କହିଛନ୍ତି, ଚତୁର୍ଥ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଭର୍ଚୁଆଲ୍‍ ଉପାୟରେ ହେବ। ଏକ ଅନ୍‍ଲାଇନ୍‍ ପ୍ରତିଯୋଗୀତା ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯିବ। ‘ମାଇଁ ଗଭ୍‍’ ପ୍ଲାଟଫର୍ମ ଏହି ପ୍ରତିଯୋଗୀତାର ଆୟୋଜନ କରିବ। ଅନ୍‍ଲାଇନ୍‍
ଶୃଜନଶୀଳ ଲିଖିତ ପ୍ରତିଯୋଗିତା ପାଇଁ ପୋର୍ଟାଲ୍‍ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ୨୦୨୦ରେ ଅନୁଷ୍ଠିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାରେ କେବଳ ଭଲ ନମ୍ବର ରଖିବା ସବୁ କିଛି ନୁହେଁ ଓ ଛାତ୍ରଛାତ୍ରୀମାନେ ଏଭଳି ଚାପ ମୁକ୍ତ ହୋଇ ପରୀକ୍ଷା ଦେବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ନୂଆ ନୂଆ ଜିନିଷ ବିଷୟରେ ଜାଣିବା ପାଇଁ ଶିକ୍ଷା ହେଉଛି ଏକ ମାଧ୍ୟମ। ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ବିଫଳତାରୁ କିଛି ନା କିଛି ଶିକ୍ଷା ମିଳିଥାଏ ଓ ଏହା ସଫଳତା
ପାଇଁ ପଥ ଉନ୍ମୁକ୍ତ କରିଥାଏ।

Comments are closed.