ପରୀକୁ ନ୍ୟାୟ ପାଇଁ ବିଜେପିର ପଦଯାତ୍ରା: ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣଙ୍କ ବହିଷ୍କାର ଦାବିରେ ରାଜଧାନୀରୁ ଯଦୁପୁର ଯାତ୍ରା

ଭୁବନେଶ୍ୱର:ନୟାଗଡଜିଲ୍ଲା ଯଦୁପୁରଗାଁର ୫ ବର୍ଷୀୟଝିଅ ‘ପରୀ’କୁ ନ୍ୟାୟ ଦେବା ଲାଗି ଅଣ୍ଟା ଭିଡ଼ିଛି ବିଜେପି । ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି କରି ବିଜେପି ପକ୍ଷରୁ ରାଜଧାନୀରୁ ଯଦୁପୁର ପର୍ଯ୍ୟନ୍ତ ୧୦୦ କିଲୋମିଟର ପଦଯାତ୍ରା ଆରମ୍ଭ ହୋଇଛି ।

ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ପରୀକୁ ହତ୍ୟା କରାଯାଇଛି ଏବଂ ତାର ଶରୀରର ଅଙ୍ଗପ୍ରତ୍ୟଙ୍ଗ ଚୋରି କରାଯାଇଛି ।  ଖୋଦ୍‍ ରାଜ୍ୟ ସରକାରଙ୍କ କ୍ଷମତାସୀନ ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁ ଦୋଷୀଙ୍କୁ ଘଂଟ ଘୋଡାଇବା ସହ ସୁରକ୍ଷା ପ୍ରଦାନ କାରଣରୁ ସଂପୂର୍ଣ୍ଣ ପ୍ରଶାସନ ସ୍ଥାଣୁ ଓ ନିଷ୍କ୍ରିୟ ହୋଇ ପ୍ରକୃତ ଦୋଷୀକୁ ଧରିବାରେ ବିଫଳହୋଇଛି। ‘ପରୀ’ ହତ୍ୟାକାଣ୍ଡର ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଏବଂ ଅଭିଯୁକ୍ତଙ୍କୁ ଘଂଟଘୋଡାଇବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ରାଜ୍ୟମନ୍ତ୍ରୀମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର ପାଇଁ ଭାରତୀୟଜନତା ପାର୍ଟୀ ପ୍ରଥମରୁ ଦାବିକରି ଆସୁଛି। ପରୀସମେତନିଖୋଜଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି ।

ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୫ ଦିନ ଚାଲିବ । ବିଜେପି ମହିଳା ମୋର୍ଚା ଜାତୀୟ ଅଧ୍ୟକ୍ଷା ଭନିଥା ଶ୍ରୀନିବାସନ ଏଥିରେ ଯୋଗ ଦେଇ  ନିଖୋଜଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଆଜିଏହି ପଦଯାତ୍ରା ଆରମ୍ଭ ହୋଇଛି।ଯେଉଁ ପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହେବ ଓ ସେମାନଙ୍କୁ ନ୍ୟାୟ ନମିଳିବସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ। ଏହି ଅନ୍ଦୋଳନ ବର୍ତମାନ ବଡରୂପ ନେଇସାରିଛି। ଅଗାମୀ ଦିନରେ ପ୍ରତ୍ୟେକ ରାଜ୍ୟବାସୀଙ୍କ ଘରେଘରେ ଏହି ଆନ୍ଦୋଳନ ହେବ। ତେଣୁ ପରୀ ସମେତ ରାଜ୍ୟର ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ସଂପୂର୍ଣ୍ଣ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ ଏବଂ ମନ୍ତ୍ରୀ ଅରୁଣସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାରକରିବା ପାଇଁ ଶ୍ରୀମତୀ ଶ୍ରୀନିବାସନ ଦାବି କରିଛନ୍ତି।

ସେହିପରି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ଼. ସସ୍ମିତ ପାତ୍ର କହିଛନ୍ତି ଯେ  ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କ ତରଫରୁ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଏବଂ ନଭେମ୍ବର ୯ ରେଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟ ଅଧିକାରୀଙ୍କ ହାଜିରା ପରେ ଏନସିପିସିଆର ଆୟୋଗ ଜାଣିବାକୁ ପାଇଛନ୍ତି ଯେ, ପୋଲିସ ଓ ପ୍ରଶାସନ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ଗୁରୁତର ଅବହେଳା କରିଛନ୍ତିଏବଂ ତଦନ୍ତର ଦିଗତ୍ରୁଟିପୂର୍ଣ୍ଣରହିଛି। ଯାହାଦ୍ୱାରା ନାବାଳିକା ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ତେଣୁଏହିଘଟଣାର ତଦନ୍ତ ଜାତୀୟସ୍ତରୀୟସଂସ୍ଥା ଦ୍ୱାରା କରିବା ପାଇଁ ଆୟୋଗ କହିଛନ୍ତି। ତେଣୁ ରାଜ୍ୟସରକାର ପ୍ରଥମେମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ସଂପୂର୍ଣ୍ଣଘଟଣାକୁ ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ।

ପଦଯାତ୍ରାର ପ୍ରଥମ ଦିନରେ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ବରିଷ୍ଠନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁବକ୍ସିପାତ୍ର, ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟସଂପାଦକ କାଳନ୍ଦୀ ସାମଲ, ଅମର ନାୟକ, ପିଙ୍କି ପ୍ରଧାନ,ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଡ.ଯତୀନ ମହାନ୍ତି, ବିରଂଚି ତ୍ରିପାଠୀ, ଠାକୁର ରଣଜିତ୍‍ ଦାସ, ଉମାକାନ୍ତ ପଟ୍ଟନାୟକ, ସୋନାଲି ସାହୁ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ନଖୁଂଟିଆଙ୍କ ସମେତ ହଜାରହଜାର କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Comments are closed.