ପରୀ ହତ୍ୟା ମାମଲା; ଅଭିଯୁକ୍ତ ନାବାଳକର ଅସହମତି, ଖାରଜ ହେଲା ନର୍କୋ ଟେଷ୍ଟ ଆବେଦନ

ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ନାର୍କୋ ଟେଷ୍ଟ ଲାଗି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଅସହମତି ପ୍ରକାଶ କରିଛନ୍ତି ଅଭିଯୁକ୍ତ ନାବାଳକ। ସହମତି ନ ମିଳିବାରୁ ନାର୍କୋ ଟେଷ୍ଟ ଆବେଦନକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ଖାରଜ କରିଛନ୍ତି। ନାର୍କୋ ଟେଷ୍ଟ ପାଇଁ ପୂର୍ବରୁ ପକ୍ସୋ କୋର୍ଟରେ ଏସ୍‌ଆଇଟି ଆବେଦନ କରିଥିଲା।

ସୂଚନା ଅନୁଯାୟୀ, ଆଜି ଅନୁଗୁଳ ଜୁଭେନାଇଲ ଜେଲରୁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ତାଙ୍କୁ ନିଆଯାଇଥିଲା। କଡା ସୁରକ୍ଷା ବଳୟ ଭିତରେ ଅନୁଗୁଳ ବାଳ ସୁଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ ନିଆଯାଇଥିଲା। ଗତ ବୁଧବାର କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ପରେ ରାତିରେ ଅଭିଯୁକ୍ତକୁ ନୟାଗଡ଼ରୁ ଅନୁଗୁଳ ଜୁଭେନାଇଲ ଜେଲକୁ ଅଣା ଯାଇଥିଲା।

Comments are closed.