ନିଶା ଓ ହିଂସାରୁ ମୁକ୍ତ ରୁହନ୍ତୁ ଯୁବ ସମାଜ – ସମାଜସେବୀ ଋତୁପର୍ଣ୍ଣା

ଜଗତସିଂହପୁର: ଗୋଟିଏ ଦେଶର ଯୁବ ପିଢ଼ି ସେହି ଦେଶର ଅମୁଲ୍ୟ ସମ୍ପଦ। ଯୁବ ପିଢ଼ି ନିଶା ଏବଂ ହିଂସାରୁ ମୁକ୍ତ ହୋଇ ପାରିଲେ, ଏକ ସୁ-ସମାଜ ଗଠନ ଦିଗରେ ସେମାନେ ବ୍ରତୀ ହୋଇ ପାରିବେ ବୋଲି ସମାଜସେବୀ ତଥା ଆଇନଜିବୀ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି। ପାରାଦ୍ଵୀପ ମହୋତ୍ସବ ଉଦଘାଟନୀ ଉତ୍ସବରେ ରାଷ୍ଟ୍ର ନିତିଜ୍ଞ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଦେଶର ସବୁଠାରୁ ଶକ୍ତିଶାଳୀ ଯୁବପିଢୀ ନିଶା ମୁକ୍ତ ଓ ହିଂସା ମୁକ୍ତ ରହି ସମାଜରେ ନାରୀ ଜାତିକୁ ସମ୍ମାନ ଜଣାଇ, ଭାରତମ।ତ।ର ସୁପୁତ୍ର ହେବାକୁ ଆହ୍ବାନ ଜଣାଇଥିଲେ। ସମାଜସେବୀ ତଥା ଆଇନଜିବୀ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି (ଦେଖନ୍ତୁ ଭିଡିଓ) –

ଯୁବ ନେତା ସଂପଦ ସ୍ୱାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଅଞଳି ଦାସ, ସୁଶ୍ରୀ ପ୍ରିୟଦର୍ଶିନୀ, ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖଥିଲେ।

ରବୀନ୍ଦ୍ର ଓଝା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେବା ସହ ସଂଯୋଜନା କରିଥିଲେ। ବାଜପେୟୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଶତାଧିକ ସ୍ଥାନୀୟ ଯୁବକ ଓ ମହିଳା ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ରଙ୍ଗ।ରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.