ପିପିଲି ନିର୍ବାଚନୀ ହିଂସା ; ଆକ୍ରମଣକାରୀ ଗିରଫ

ପିପିଲି : ନିର୍ବାଚନୀ ପ୍ରଚାର ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପିପିଲି ପୁଲିସ ଅଭିଯୁକ୍ତ ବିପିନ ବେହେରାକୁ ଆଜି ଗିରଫ କରିଛି । ଗତକାଲି ସହଜପୁର ପଞ୍ଚାୟତର ରାଇଗୁରପୁରୁ ଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ ବିଜେପି କାର୍ଯ୍ୟକର୍ତ୍ତା ଚିତ୍ତରଞ୍ଜନ ନାୟକଙ୍କୁ ବିପିନ ମାଡ ମାରି ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଜେପି ପକ୍ଷରୁ ଧାରଣା ଦିଆଯିବା ସହ ଆକ୍ରମଣକାରୀକୁ ଗିରଫ କରିବାକୁ ଦାବି କରାଯାଇଥିଲା । ଏନେଇ ଥାନାରେ ଦୁଇଟି ପୃଥକ୍‍ ଅଭିଯୋଗ ହୋଇଥିଲା ।

Comments are closed.