ମହିଳାଙ୍କ ଆତ୍ମହତ୍ୟା, ଭାଇ ଆଣିଲେ ନିର୍ଯାତନାଅଭିଯୋଗ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ହାଟପଦା ସାହିର ଜଣେ ମହିଳାଙ୍କ ଆତ୍ମହତ୍ୟା କରିଛନ୍ତି। ମୃତା ମହିଳାଙ୍କ ନାମ ବାଲମତି କୁମ୍ଭାର (୨୦) । ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ତା’ର ମୃତ୍ୟୁ ପାଇଁ ଶ୍ବଶୁର ଘର ଲୋକେ ଦାୟୀ ବୋଲି ମୃତା ମହିଳାଙ୍କ ଭାଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନରେ ବାଲମତି କଟାବ କିଳି ଘର ଭିତରେ ଓଢ଼ଣୀ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶାଶୁ କବାଟ ବାଡେଇବାରୁ କବାଟ ଖୋଲି ନ ଥିଲେ। ଏହାପରେ ପୁଅ ସର୍ଜିତ ସିଂ ସିଧୁଙ୍କୁ ଜଣାଇବା ପରେ ସେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ମୃତ ମହିଳାଙ୍କ ଭାଇ ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି। ସ୍ୱାମୀ, ଶାଶୁ, ଶଶୁର ପୂର୍ବରୁ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ ଏବଂ ମୋ ଭଉଣୀର ମୃତ୍ୟୁ ପାଇଁ ସେମାନେ ଦାୟୀ ବୋଲି ଏତଲାରେ ଦର୍ଶାଇଛନ୍ତି।
ପ୍ରକାଶ ଥାଉକି ଯେ ଗତବର୍ଷ ଦୁଇଜଣ ଭଲପାଇ ବିବାହ କରିଥିଲେ। ଏ ନେଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୩୩/୨୧ରେ ମାମଲା ରୁଜୁ କରିଛି। ଏସ୍‌ଆଇ ପୁର୍ଣିମା ଟେଟେ ତଦନ୍ତ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମହିଳାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ବୋଲି ନବରଙ୍ଗପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.