ଅନ୍ଧବିଶ୍ୱାସର ଆଉ ଏକ ଚିତ୍ର, ୪ଦିନ ହେଲା ଜଙ୍ଗଲରେ ତପସ୍ୟାରତ ଏକାକୀ ମହିଳା

ପାପଡାହାଣ୍ଡି: ଜଣେ ମହିଳା ସପ୍ନlଦେଶ ପାଇ ଆଜକୁ ୪ ଦିନ ହେବ ଏକ ଜଙ୍ଗଲରେ ତପସ୍ୟାରେ ବସି ରହିଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଶାସନ ପାଖରେ ଖବର ନଥିବା ଯୋଗୁଁ ମହିଳା ଜଣକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିପଦପୂର୍ଣ ଅବସ୍ଥାରେ ଦିନରାତି ଜଙ୍ଗଲ ମଧ୍ୟରେ ପଡି ରହିଥିବା ଦେଖିବାକୁ ମିଳିଛି।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ଗ୍ରାମରେ ବାସ କରୁଥିବା ଜଣେ ମହିଳାଙ୍କ ନିକଟରେ। ସ୍ବପ୍ନାଦେଶ ପରେ ଭଗବାନଙ୍କ କୃପା ପାଇବା ପାଇଁ ଚାରି ଦିନ ହେଲା ଜଣେ ମହିଳା ଜଙ୍ଗଲରେ ତପସ୍ୟାରତ ଅଛନ୍ତି। ନା କିଛି ଖାଉଛନ୍ତି ନା କାହା ସହ କଥା ହେଉଛନ୍ତି। ଖବରଟି ଚାରିଆଡେ ପ୍ରଚାରିତ ହେବା ପରେ ମହିଳାଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଲୋକେ ଧୂପ, ଦୀପ ନଡ଼ିଆ କଦଳୀ ଆଦି ଧରି ତାଙ୍କ ନିକଟରେ ପୂଜା କରିବା ଲାଗି ଭିଡ଼ ଜମାଉଛନ୍ତି।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଢ଼ାମଣାପଦର ବାହାଲି ଜଙ୍ଗଲରେ ତାପସ୍ୟାରତ ଭାବେ ବସିଛନ୍ତି ଜଣେ ମହିଳା। ଦଳେଇଗୁଡ଼ା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ। ସେ ଗତ କିଛି ବର୍ଷ ତଳେ ମହିମା ଧର୍ମ ଗ୍ରହଣ କରିବା ପରେ ଗ୍ରାମରେ ଝଡା ଫୁଙ୍କା କାମ କରୁଥିଲେ। ଗତ ଶନିବାର ରାତି ପ୍ରାୟ ଦୁଇଟାରେ ସିଙ୍ଗି କାହାରିକୁ କିଛି ନକହି ଘରୁ ବାହାରି ଯାଇଥିଲେ। ସକାଳ ହେବା ପରେ ବାଲମତି ଘରେ ନଥିବା ଦେଖି ପରିବାର ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ନିକଟସ୍ଥ ଦଳେଇଗୁଡା ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଢ଼ାମାନପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପାହାଡ଼ରେ ତପସ୍ୟାରତ ଅବସ୍ଥାରେ ବସିଥିବା ଦେଖିବାକୁ ପାଇଥିଲେ। ଜଙ୍ଗଲ ମଧ୍ୟରେ ଏକ ମହିଳା ତପସ୍ୟା ଥିବା ଖବର ବିଦ୍ୟୁତ ବେଗରେ ପ୍ରଚାର ହୋଇଯାଇଥିଲା। ଫଳରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା। ବାଲମତି ଚାରି ଦିନ ହେଲା ତପସ୍ୟାରେ ଅଛନ୍ତି। ଏପଟେ ମହିଳା ନିକଟରେ ତାଙ୍କ ସ୍ୱାମି ଜଗି ରହିଛନ୍ତି।

ଆଜକୁ ଚାରି ଦିନ ‌ହେଲା ବାଲମତି ଦୁଇ ଚାମଚ କ୍ଷୀର ପିଉଥିବା ବେଳେ ଭୋର ପ୍ରାୟ ୪ଟାରେ ଗାଧୋଇବାକୁ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ବାଲମତିଙ୍କ ପାଖରେ ପହଞ୍ଚି ନଥିବା ବେଳେ, ଜଙ୍ଗଲ ପାହାଡ଼ ଘେରରେ ତାପସ୍ୟାରତ ଭାବେ ବାଲମତି ବସିଥିବାରୁ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଭୟ ମଧ୍ୟ ରହିଛି। ତାପସ୍ୟାରତ ସ୍ଥାନରେ ପ୍ରଶାସନ ପହଞ୍ଚି ଶୀଘ୍ର ବାଲମତିଙ୍କ ତପସ୍ୟାକୁ ଭଙ୍ଗ କରି ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ।

Comments are closed.