ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଠାରେ ଥିବା ଆଦର୍ଶ ବିଦ୍ୟାଳୟଠାରେ ଆଜି ଅଭିଭାବକ ଏବଂ ଶିକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧକ୍ଷ ନନ୍ଦ କିଶୋର ଶବରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ୧୫୦ ଜଣ ଅଭିଭାବକ ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ବିଦ୍ୟାଳୟ ସଭାପତି ଭାବେ ପୂର୍ବତନ ସଭାପତି ରାଜକିଶୋର ରାଓଙ୍କୁ ପୁନର୍ବାର ସଭାପତି ଭାବେ ଚୟନ କରାଯାଇଥିଲା। ଏହି ବୈଠକରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସକାଶେ ଆଲୋଚନା ହୋଇଥିଲା। ଶେଷରେ ଶିକ୍ଷକ ତ୍ରିଲୋଚନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.