ପାପଡାହାଣ୍ଡିରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା. ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀଙ୍କ ଉପସ୍ଥିତିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ବକ୍ତୃତା, ଚିତ୍ରାଙ୍କନ, ଗୀତ, ରଚନା, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆସିଥିବା ଶିକ୍ଷକଶିକ୍ଷୟତ୍ରୀମାନେ ଏଥିରେ ସହଯୋଗ କରିଥିଲେ। ଶେଷରେ ପୁରସ୍କାର ବିତରଣ କରାଯାଇଥିଲା। ଏବିଇଓ ଦଶରଥ ଗଣ୍ଡ, ଏବିଇଓ ବାଲକଦାସ ରନ୍ଧାରି, ଏବିଇଓ ପୁର୍ଣ ଚନ୍ଦ୍ର ପୁଜାରିଙ୍କ ସହ ବ୍ଲକର ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରବିବାର ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ।

Comments are closed.