ପାପଡାହାଣ୍ଡି ଠାରେ କଂଗ୍ରେସର ଛଅ ଘଣ୍ଟିଆ ବନ୍ଦ ଡାକରା

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ କଂଗ୍ରେସର ଛଅ ଘଣ୍ଟିଆ ବନ୍ଦ ଡାକରା ଏବଂ ହରତାଳ ଶାନ୍ତିପୂର୍ଣ ଭାବେ ସମାପ୍ତ ହୋଇଛି। ରାଜ୍ୟ କଂଗ୍ରେସର ଡାକରାରେ ସାରା ରାଜ୍ୟରେ କଂଗ୍ରେସ ଛଅ ଘଣ୍ଟିଆ ବନ୍ଦ ଡାକରା କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ସମ୍ପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଆଜକୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ଏଥିରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେ ହେଁ ସରକାର ତାଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଛନ୍ତି।

ଏଣୁ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିବା ଦେଖିବାକୁ ମିଳିଥିଲା। ଆଜିର ଛଅ ଘଣ୍ଟିଆ ବନ୍ଦ ଡାକରାରେ ପାପଡାହାଣ୍ଡି ଠାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଚାରି ଚକିଆ ଯାନ ବି ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ ସବୁ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ ଡାକରାରେ ପାପଡାହାଣ୍ଡି ବ୍ଲକ କଂଗ୍ରେସ ତରଫରୁ ନର୍ସିଙ୍ଗ ଗୌଡ଼, ଫାରୁକ ଅହମ୍ମଦ, ଶେଖ ଆକବର ହୁସେନ, ସେକ ଚାନୁ, ରବୀନ୍ଦ୍ର ନାୟକ, ଭାସ୍କର ବିଷୋୟୀ, ଈଶ୍ୱର ମିର୍ଗାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.