ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାକୁ ଶୀଘ୍ର ଜକ୍ଷରିକରିବା ପାଇଁ ଆଶାୟୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି: ଚଳିତ ବର୍ଷ ଶିକ୍ଷକଙ୍କ ପଦନ୍ନୋତି ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ପାପଡାହାଣ୍ଡି ବ୍ଲକ ଶିକ୍ଷାଧିକାରୀ କାର୍ୟ୍ୟାଳୟ ଠାରେ ନବରଙ୍ଗପୁର ଜିଲା ଶିକ୍ଷାଧିକାରୀଙ୍କ ଉଦେଶ୍ୟରେ ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଅନୁଯାଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡିଶାଙ୍କ ନିର୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ଜିଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପଦନ୍ନୋତି କ୍ୟାଲେଣ୍ଡର କାର୍ୟ୍ୟ ସୂଚୀରେ ନିର୍ଦ୍ଦିଷ୍ଟ ତାରିଖ ଅନୁସାରେ ସମାପ୍ତି ପାଇଁ ଉଲ୍ଲେଖଥିଲା।

 

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କାଉନସେଲିଂ ପ୍ରକ୍ରିୟାରେ ଶତପ୍ରତିଶତ ସ୍ବଚ୍ଛତା ଅବଲମ୍ବନ କରିବାସହ ପଦନ୍ନୋତି ପ୍ରକ୍ରିୟା ଶୀଘ୍ର ଜରିକରିବା ପାଇଁ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଦାବି ଉପସ୍ଥାପନା କରିଛନ୍ତି। ଅନାମ ସେଠିଆ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସୁକୁମାର ପଣ୍ଡା, ଅଶୋକ ମୁକୁନ୍ଦ, ଜଗନ୍ନାଥ ବେହେରା, ଅଜିତ ମଣ୍ଡଳ ଏବଂ ସମସ୍ତ ପଦୋନ୍ନତି ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Comments are closed.