ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ଗୁରୁତ୍ତର, ୩ ଆହତ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଡକରାଗୁଡା କାଜୁବାଡ ନିକଟରେ ଆଜି ଅପରାହ୍ନ ରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ଜଣେ ଗୁରୁତର ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ପାପଡାହାଣ୍ଡିରୁ ବୁଦୁଗୁଡା ଗ୍ରାମର ତୁଲାରାମ ସାନ୍ତା, ସ୍ତ୍ରୀ ପ୍ରସାଇ ସାନ୍ତା ଏବଂ ସେମାନଙ୍କ ନିଜର ଛୋଟ ଛୁଆ ଏକ ବାଇକରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ସାମନାପଟୁ ଆସୁଥିଲେ। ଏକରୀ ଗ୍ରାମର ପୂର୍ଣ୍ଣ ଭତରା, ତାଙ୍କ ସ୍ତ୍ରୀ ଭାନୁ ଭତରା ନିଜ ଛୋଟ ଛୁଆକୁ ଧରି ଅନ୍ୟ ଏକ ବାଇକରେ ପାପଡାହାଣ୍ଡି ଆସୁଥିଲେ। ଉଭୟ ମଟର ସାଇକଲ ଆରୋହୀଙ୍କ ଡକରାଗୁଡା ଗ୍ରାମ ନିକଟସ୍ଥ ଏକ କାଜୁବାଡି ନିକଟରେ ସାମନା ସାମନି ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ ଚାଳକ ତୁଲାରାମ ଏବଂ ପୂର୍ଣ୍ଣ ଆହତ ହୋଇଥିବା ବେଳେ ପୂର୍ଣ୍ଣର ସ୍ତ୍ରୀ ଭାନୁମତି ଗୁରୁତର ଅବସ୍ଥାରେ ୧୦୮ରେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଭାନୁମତିଙ୍କୁ ନବରଙ୍ଗପୁର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ଦୁଇଟି ଛୋଟ ଛୁଆଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି।

Comments are closed.