ମସଲା ପନୀର ଛଣା

ଆବଶ୍ୟକ ସାମଗ୍ରୀ
ପନୀର – ୪୦୦ଗ୍ରାମ
ସିଝା ଆଳୁ – ୨ଟି
ମକାଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ଅଳ୍ପ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ଜୁଆଣି – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ପନୀରରେ ସିଝା ଆଳୁ, ଲୁଣ,କଞ୍ଚା ଲଙ୍କା, କଟା ଧନିଆପତ୍ର,ମକାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଜୁଆଣି ପକାଇ ଅଟା ଭଳି ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟାରୁ ଗୋଲ ବଲ ଆକୃତିର କରି ରଖନ୍ତୁ। ଏବେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତୁତ କରି ରଖିଥିବା ବଲକୁ ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏହାକୁ ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.