ପଞ୍ଜାବୀ ମଠ ସିଲ୍

ପୁରୀ: ପୁରୀ ସ୍ଥିତ ପଞ୍ଜାବୀ ମଠକୁ ସୋମବାର ସିଲ୍ କରାଯାଇଛି। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଥିବା ଏହି ପଞ୍ଜାବୀ ମଠରେ ନିଶା କାରବାର ହେଉଥିବା ଦର୍ଶାଇ ପୁଲିସ ଏହାକୁ ସିଲ୍ କରିଛି। ସିଲ୍ ସମୟରେ ପୁରୀ ପୁଲିସ ସହ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ମଠର ଅନ୍ତେବାସୀମାନେ ଏହାକୁ ବିରୋଧ କରିବା ସହ ବାସସ୍ଥାନ ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନ୍ତେବାସୀଙ୍କ କହିବାନୁସାରେ, ମଠ ଖାଲି କରିବା ପାଇଁ ଆମକୁ ଆଗରୁ କୁହାଯାଇ ନାହିଁ। ଦୀର୍ଘ ଦିନ ଧରି ପିଲା ଛୁଆ ଧରି ଏଠାରେ ରହିବା ପରେ ହଠାତ୍ ଛାଡ଼ିବାକୁ କହିଲେ ଆମେ କ’ଣ କରିବୁ। ତେଣୁ ଆମକୁ ସରକାର ବାସସ୍ଥାନ ଯୋଗାଇ ଦିଅନ୍ତୁ।

Comments are closed.