‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ପାଳିତ

ଭୁବନେଶ୍ବର: ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ୯୩ତମ ବଳିଦାନ ଦିବସ ‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟ ପାଳିତ ହୋଇଯାଇଛି। ‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ବ୍ରାଞ୍ଚ ଇନଚାର୍ଜ ଭରତ ଦାସ ଓ ବ୍ୟୁରୋ ଚିଫ ପ୍ରସନ୍ନ ପତି ପଞ୍ଜାବ କେଶରୀ ଲାଲା ଲଜପତଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାପସ ପତି, ହିମାଂଶୁ କର, ସୁନୀଲ ଦାସ, ଲଲାଟ କୁମାର ସାହୁ, ସ୍ବସ୍ତିକ ରଞ୍ଜନ ସାହୁ, ପ୍ରଦୀପ୍ତ ମିଶ୍ର, ଜଗେଶ୍ବର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.