ତେଜୁଛି ରାଜନୀତି, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଅଟକାଇଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ଘଟଣା । ପ୍ରସଙ୍ଗକୁ ନେଇ ରାଜନୀତିରେ ଉତ୍ତେଜନା ପ୍ରକାଶପାଉଛି । ଏଥିପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରୁଛି ବିଜେପି । ଗତକାଲି କିଛି ବିକ୍ଷୋଭକାରୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏବଂ କିଛି ଲୋକ ମୋଦୀ ଜି ଜିନ୍ଦାବଦ ବୋଲି ନାରା ଦେଇଥିଲେ । ଏହି ସମୟରେ ଚରଣଜିତ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ।

ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଚରଣଜିତ କହିଥିଲେ କି, ଦେଖନ୍ତୁ ଏହି ବିରୋଧକାରୀମାନେ ମୋତେ ଅଟକାଇବାକୁ ଚାହୁଁଛନ୍ତି । କ’ଣ ମୁଁ ତାଙ୍କୁ ମାରିବି ? ଦଶଜଣ ବିରୋଧକାରୀ ମୋର ଗାଡ଼ିକୁ ଅଟକାଇବାକୁ ଆସିଥିଲେ । ପୋଲିସ ସେମାନଙ୍କୁ କାବୁ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ କେହି ଅଟକାଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପ୍ରଦର୍ଶନକାରୀଙ୍କ ପଛରେ ଏକ କିଲୋମିଟର ଦୂରରେ ଥିଲା । ବିରୋଧ କରିବା ଏକ ଗଣତାନ୍ତ୍ରିକ ଅଧିକାର। ବିକ୍ଷୋଭକାରୀମାନେ ଯେକୌଣସି ବିଭାଗର କର୍ମଚାରୀ ହୋଇପାରନ୍ତି । ସେମାନଙ୍କ ଦାବି ପୂରଣ ପାଇଁ ଏପରି କରିଥାଇପାରନ୍ତି । ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଗାଡ଼ିରୁ ଓହ୍ଲାଇ ବିକ୍ଷୋଭକାରୀଙ୍କ ଆଡକୁ ଚାଲିଚାଲି ଯାଇଥିଲେ । ସେହି ସମୟରେ ବିକ୍ଷୋଭକାରୀ ମାନେ ମୁଖ୍ୟମନ୍ତ୍ରୀ ଚରଣଜିତଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

Comments are closed.