୧୪ କିଲୋରୁ ଊର୍ଦ୍ଧ୍ବ ବଜ୍ରକାପ୍ତା କାତି ଜବତ, ୨ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନ ବିଭାଗ ଏବଂ ଜବଲପୁରର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ ଦ୍ବାରା ରବିବାର କରାଯାଇଥିବା ଏକ ପ୍ରମୁଖ ମିଳିତ ଅପରେସନରେ ୧୪.୨ କିଲୋ ବଜ୍ରକାପ୍ତା କାତି ଜବତ କରିବା ସହ ମାମଲାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଉଛନ୍ତି ଢେଙ୍କାନାଳ ଟାଉନ୍ ଥାନା ଅତର୍ଗତ ବନମାଳିପ୍ରସାଦର ରତ୍ନାକର ରାଉତ(୫୧) ଏବଂ ବାଜି ଛକର ଫିରୋଜ ଖାନ୍(୫୨)। ଉଭୟଙ୍କଠାରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

Comments are closed.