ପରିବାର ସହ ସମୟ କାଟିବେ ପାଣ୍ଡ୍ୟା, ଖେଳିବେ ନାହିଁ ଟେଷ୍ଟ ସିରିଜ୍‌

ସିଡ୍‌ନୀ : ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭରର ସିରିଜ୍‌ର ୬ଟି ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ହାର୍ଦିକ ପାଣ୍ଡ୍ୟା। ତାଙ୍କର ଏପରି ଫର୍ମ ଦେଖି ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ପାଣ୍ଡ୍ୟାଙ୍କୁ ଭାରତୀୟ ଦଳରେ ସାମିଲ କରିବାକୁ ଦାବି କରିଥିଲେ କିଛି କ୍ରିକେଟ ବିଶେଷଜ୍ଞ। ତେବେ ଏପରି ଉଦ୍ୟମ ପୂର୍ବରୁ ପାଣ୍ଡ୍ୟା ନିଜଆଡ଼ୁ ସ୍ପଷ୍ଟ କରିଛନ୍ତି ଯେ ବହୁତଦିନ ହେଲା ସେ ଘରୁ ବାହାରେ ରହିଲେଣି। ଏବେ ସେ ପରିବାର ସହ ସମୟ କାଟିବାକୁ ଚାହାନ୍ତି। ତେଣୁ ଟେଷ୍ଟ ସିରିଜ୍‌ ଖେଳିବା କଥା ତାଙ୍କ ମନରେ ନାହିଁ।

ଆଇପିଏଲ୍‌ ଖେଳିବା ପାଇଁ ପାଣ୍ଡ୍ୟା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ୟୁଏଇ ଯାଇଥିଲେ। ସେଠାରୁ ଭାରତୀୟ ଦଳ ସହ ସେ ଅଷ୍ଟ୍ରେଲିଆ ଯାଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ହାର୍ଦିକ ପାଣ୍ଡ୍ୟା ୯୦, ୨୮ ଓ ଅପରାଜିତ ୯୨ ରନ୍ କରିଥିଲେ। ପରେ ଟ୍ବେଣ୍ଟି୨୦ ସିରିଜ୍‌ରେ ପାଣ୍ଡ୍ୟା ୧୬, ଅପରାଜିତ ୪୨ ଓ ୨୦ ରନ୍‌କରି ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Comments are closed.