ପଣ୍ଡିତ ପ୍ରବୋଧ ମିଶ୍ର ରାଜଭାଷା କମିଟି ସଦସ୍ୟ ମନୋନୀତ

ନୂଆଦିଲ୍ଲୀ: ଗୃହମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟର ରାଜଭାଷା ପରାମର୍ଶଦାତା କମିଟିରେ ୩ ଜଣ ବିଦ୍ବାନ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ମନୋନୀତ କରାଯାଇଥିବା ସରକାରୀ ବିଜ୍ଞପ୍ତିରୁ ପ୍ରକାଶ ପାଇଛି। ଓଡ଼ିଶାରୁ ପଣ୍ଡିତ ଡଃ ପ୍ରବୋଧ କୁମାର ମିଶ୍ର, ବିହାରରୁ ସିକନ୍ଦର ଯାଦବ ଓ ଉତ୍ତରପ୍ରଦେଶରୁ ଡଃ ଚନ୍ଦ୍ରକାନ୍ତ ଶର୍ମାଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଏହି ମନ୍ତ୍ରଣାଳୟର ପୁନର୍ଗଠନରେ ନୂତନ ୩ଜଣଙ୍କୁ ମନୋନୟନ କରାଯାଇଥିବା କଥା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ ଯେ, ପଣ୍ଡିତ ମିଶ୍ର ପୂର୍ବ ସରକାରଗୁଡ଼ିକରେ ଟେଲି ଯୋଗାଯୋଗ, ଖଣି ଓ ଇସ୍ପାତ ମନ୍ତ୍ରଣାଳୟର ଏହି କମିଟିରେ ପରାମର୍ଶଦାତା ସଦସ୍ୟ ଥିଲେ। ଶ୍ରୀ ମିଶ୍ର ବାରାଣସୀରେ ପ୍ରତିଷ୍ଠିତ ସାର୍ବଭୌମ ସଂସ୍କୃତ ସମ୍ମିଳନୀର ସଦସ୍ୟ ଥିବା ପ୍ରକାଶ। ଏହି ପୁନର୍ଗଠିତ କମିଟିର ବୈଠକ ଶୀଘ୍ର ବସିବ ବୋଲି ସୂଚନା ଦିଆଯାଇଛି।

Comments are closed.