ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ ; କୋଭିଡ଼ ନିୟମ ପାଇଁ ଜନଶୂନ୍ୟ ମନ୍ଦିର

ଘରେ ରହି ପୂଜାର୍ଚ୍ଚନା କରିବେ ଶ୍ରଦ୍ଧାଳୁ ଓ ହବିଷ୍ୟାଳି

ଭୁବନେଶ୍ୱର/ପୁରୀ : ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବା ସହ କେବଳ ରୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ମାତ୍ର ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରଖାଯାଇଛି। ତେଣୁ ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ଘରେ ରହି ପୂଜାର୍ଚ୍ଚନା କରିବା ପାଇଁ କୁୂହାଯାଇଛି। ସେହିପରି ହବିଷ୍ୟାଳିଙ୍କୁ ମଧ୍ୟ ପୁରୀକୁ ଆସିବାକୁ ବାରଣ କରାଯାଇଛି। ପଞ୍ଚୁକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ବିଭୂଷିତ ହୋଇଥାଆନ୍ତି।
ଏହାସହ କରୋନା କଟକଣା ପାଇଁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି।

Comments are closed.