ପଞ୍ଚାୟତସ୍ତରୀୟ ବିଜେଡି ସଙ୍ଗଠନ କର୍ମୀ ସମ୍ମିଳନୀ

ବୋଲଗଡ଼ : ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତର ନାଏବ ସରପଞ୍ଚ ବିଜୟ କୁମାର ତାରେଣିଆଙ୍କ ଆବାହକତ୍ୱରେ ଓ ସରପଞ୍ଚ ହୁଲାସ ପ୍ରଧାନ ଏବଂ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ମିଳିତ ସଂଯୋଜନାରେ ପଞ୍ଚାୟତସ୍ତରୀୟ ବିଜେଡି ସଙ୍ଗଠନକର୍ମୀ ସମ୍ମିଳନୀ ଆଜି ବଡକୁମାରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ବାନାମ୍ବର ମାଝିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାରସାହୁ,ସମ୍ମାନୀତ ଅତିଥିଭାବେ ବୋଲଗଡ ଗ୍ରାମପଞ୍ଚାୟତର ସମିତିସଭ୍ୟ ବୀର ଦାସ,ବ୍ଲକ ବିଜେଡି ଯୁବସଭାପତି ରବୀନ୍ଦ୍ର କୁମାର ସୁବୁଦ୍ଧି ଓ ମୁଖ୍ୟବକ୍ତାଭାବେ ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ବହୁ ବିଜେଡି କର୍ମୀ ଭାଗ ନେଇଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମାଝି ସ୍ୱାଗତଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେର। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତ୍ୟେକ ବିଜେଡି କର୍ମୀମାନେ ଏକାଠି ହୋଇ ଏକତା, ସମନ୍ୱୟ ଓ ସଙ୍ଗଠନ ମାଧ୍ୟମରେ ବିଜୁ ଜନତା ଦଳର ପ୍ରତ୍ୟେକ ପ୍ରାର୍ଥୀମାନଙ୍କୁ ବହୁଭୋଟରେ ବିଜୟୀ କରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍ଗକ ହାତମୁଠାକୁ ଟାଣ କରିବାକୁ ସମସ୍ତ ନିମନ୍ତ୍ରୀତ ଅତିଥିମାନେର କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ର୍ରତ୍ୟେକ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳତା କରି ସ୍ୱାବଲମ୍ବୀ କରାଇବା ଓ ବୋଲଗଡ ବ୍ଲକର ୧୯ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ରାଜସ୍ୱ ଗ୍ରାମ ଗୁଡିକ ଏବଂ ପ୍ରତ୍ୟେକ ଜନସାଧାରଣଙ୍କ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ଦିନରେ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ କର୍ମୀ ସମ୍ମଳନୀରେ ଘୋଷଣା କରିଥିଲେ। ବିଧାୟକ ଶ୍ରୀ ସାହୁଙ୍କୁ ବଡକୁମାରୀ ପଞ୍ଚାୟତ ତରଫରୁ ଉତ୍ତରୀୟ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଗ୍ରାମପଞ୍ଚାୟତର ବିଜେଡି ସଭାପତି ଆନନ୍ଦ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.