ନବରଙ୍ଗପୁରରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ

ନବରଙ୍ଗପୁର :ଜିଲା ମୁଖ୍ୟ ଡାକ୍ତରଖାନରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଶିଶୁମାନଙ୍କୁ ଖୁଆଇଥିଲେ। ଜିଲାରେ ୬୦୦ ଟି ମୁଖ୍ୟବୁଥ୍‍ ଓ ୧୨୦୦ ଟି ସବ୍‍ବୁଥ୍‍ ମାଧ୍ୟମରେ ମୋଟ ୧,୫୯,୨୭୩ ଜଣ ୧ରୁ ୫ବର୍ଷର ଶିଶୁମାନଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି। ଏହା ତିନି ଦିନ ଧରି ଚାଲିବ।

 

ପ୍ରଥମ ଦିନ ବୁଥରେ ପୋଲିଓ ବୁନ୍ଦା ଦିଆଯାଇଥିବାବେଳେ ଦିତ୍ୱୀୟ ଓ ତୃତୀୟଦିନ ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡୀ ଓ ଆଶାକର୍ମୀମାନେ ଘରକୁ ଘରଯାଇ ଶିଶୁମାନଙ୍କୁ ପୋଲିଓ ବୁନ୍ଦାଦେବେ। ବିଗତ ବର୍ଷମାନଙ୍କରେ ନବରଙ୍ଗପୁର ଜିଲାରେ ପୋଲିଓ କାର୍ଯ୍ୟକ୍ରମ ସଫଳ ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତା କରାଯି ବବୋଲି ଜିଲାପାଳ ଡ.ମିଶ୍ର କହିଛନ୍ତି। ଅନ୍ୟମାନଙ୍କର ମଧ୍ୟରେ ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ନୀଳମଣି ଦିଲୀପ ଚାନ୍ଦ ବେହେରା ଯୋଗ ଦେଇଥିଲେ।

Comments are closed.