ଖଜୁରୀତାଡି ଜବତ, ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଠିଡିକାଯୋରରୁ ସୋମବାର ଅବକାରୀ ବିଭାଗ ଚଢଉ କରି ୧୦ଲିଟର ଖଜୁରୀତାଡି ଜବତ କରିଛି। ଏହି ଘଟଣାରେ ସୁଦର୍ଶନ ବେହେରା(୨୭) ଭଳି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଠିଡିକାଯୋର ଗ୍ରାମର ସୁଦର୍ଶନ ବେହେରା ଏକ ପ୍ଲାଷ୍ଟିକ ଡବାରେ ଖୁଜୁରୀତାଡି ନେଇକି ଯାଉଥିଲା। ଏହି ସମୟରେ ଅବକାରୀ ବିଭାଗ ଚଢଉ କରି ତାଙ୍କଠାରୁ ୧୦ଲିଟର ଖଜୁରୀ ତାଡି ଜବତ କରିବା ସହି ତାଙ୍କୁ ଗିରଫ କରିଥିଲେ।ଏ ନେଇ ହରଭଙ୍ଗା ଅବକାରୀ କେଶ ନଂ ୭୧ରେ ଏକ ମାମଲା ରୁଜକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତି ସୂଚନା ଦେଇଛନ୍ତି।

Comments are closed.