ପାଳଙ୍ଗ ପନୀର ଭୁଜିଆ

ଆବଶ୍ୟକ ସାମଗ୍ରୀ :

ପାଳଙ୍ଗ – ୧ କିଲୋ

ପନୀର – ୨୦୦ଗ୍ରାମ

ଟମାଟର – ୪ଟି

କଞ୍ଚା ଲଙ୍କା – ୨ଟି

ଅଦା – ଛୋଟ ଖଣ୍ଡ

କାଜୁ – ୧୦ଟି

ଜୀରା – ୧ ଚାମଚ

ହେଙ୍ଗୁ – ଅଳ୍ପ

ହଳଦୀ ଗୁଣ୍ଡ – ୧ ଚାମଚ

ଲଙ୍କା ଗୁଣ୍ଡ – ୧ ଚାମଚ

ଲୁଣ – ସ୍ବାଦାନୁଯାୟୀ

ଧନିଆ ପତ୍ର

ଗରମ ମସଲା – ୧ ଚାମଚ

ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପାଳଙ୍ଗ ପତ୍ର ଭଲ ଭାବେ ଧୋଇ ଛୋଟ ଛୋଟ କରି କାଟି ରଖି ଦିଅନ୍ତୁ। ତାପରେ ଟମାଟୋ, ଅଦା ଓ ଲଙ୍କାକୁ ପେଷି ଦିଅନ୍ତୁ। କାଜୁ ଓ ପନୀରକୁ ଛୋଟ ଛୋଟ କରି କାଟି ରଖନ୍ତୁ। ଗ୍ୟାସ ଲଗାଇ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ହେଙ୍ଗୁ, ଜୀରା ପକାଇ ଭାଜନ୍ତୁ। ତାପରେ ସେଥିରେ ହଳଦୀ ଗୁଣ୍ଡ, ଟମାଟୋ, ଅଦା, ଲଙ୍କାର ପେଷ୍ଟ ପକାଇ ଭଲ ଭାବେ କଷନ୍ତୁ। ଏହି ମସଲାରେ କାଟି କାଟି ଥିବା ପାଳଙ୍ଗ ଶାଗ, ଲୁଣ ପକାଇ ୨ରୁ ୩ମିନିଟ ଭାଜନ୍ତୁ। ପାଳଙ୍ଗ ଶାଗରୁ ପାଣି ଶୁଖିଗଲା ପରେ ସେଥିରେ କାଟିଥିବା କାଜୁ, ପନୀର ପକାନ୍ତୁ। କିଛି ସମୟ ପରେ ସେଥିରେ ଗରମ ମସଲା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ଧନିଆ ପତ୍ର ପକାଇ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ ପନୀର ଭୁଜିଆ। ଏହାକୁ ଗରମାଗରମ ରୁଟି ଓ ନାନ୍ ସହ ଆପଣ ଖାଇପାରିବେ।

Comments are closed.