କ୍ରିଷ୍ଣାଘାଟୀରେ ପାକ୍‍ ସେନାର ଅସ୍ତ୍ରବିରତିର ଉଲଙ୍ଘନ

ଶ୍ରୀନଗର : ଜାମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପୁଞ୍ଚ୍‍ ଜିଲ୍ଲାସ୍ଥିତ କ୍ରିଷ୍ଣାଘାଟୀ ସେକ୍ଟରଠାରେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣରେଖାରେ ପ୍ରବଳ ଗୁଳିଗୋଳା ବର୍ଷଣ କରି ଅସ୍ତ୍ରବିରତିର ଉଲଙ୍ଘନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପି.ଆର୍‍.ଓ କର୍ଣ୍ଣେଲ ଦବିନ୍ଦର ଆନନ୍ଦ କହିଛନ୍ତି ପାକିସ୍ତାନୀ ସୈନ୍ୟମାନେ  ନିୟନ୍ତ୍ରଣରେଖା ଉପରକୁ ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିଲେ। ସେମାନେ ଏଥିପାଇଁ ଛୋଟଛୋଟ ଅସ୍ତ୍ର ବ୍ୟବହାର କରିଥିବାର ଜଣାପଡ଼ିଛି। ଏହାପରେ ସେମାନେ ପ୍ରବଳ ମୋର୍ଟାର ଆକ୍ରମଣ କରିଥିବାର ମଧ୍ୟ ପି.ଆର୍‍.ଓ କହିଛନ୍ତି।

ସୀମାରେ ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଆକ୍ରମଣ କରିଥିଲେ। ସର୍ବଶେଷ ଖବର ଅନୁସାରେ ଭାରତ ପଟରୁ କେହି ମୃତାହତ ହୋଇଥିବା ଜଣା ପଡ଼ିନାହିଁ। ଏ ସଂକ୍ରାନ୍ତୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି।

Comments are closed.