ସମାନତା ଓ ସମ୍ମାନ ଆଧାରରେ ଭାରତ ସହ କଥା ହେବ ପାକିସ୍ତାନ: କ୍ୟୁରେସି

ବିସ୍କେକ: ପାକିସ୍ତାନ ଭାରତ ସହ ସମାନତା ଆଧାରରେ ଏବଂ ସମ୍ମାନଜନକ ଉପାୟରେ ଆଲୋଚନା କରିବ ବୋଲି ପାକ ବିଦେଶ ମନ୍ତ୍ରୀ ଶାହ ମହମଦ କ୍ୟୁରେସି କହିଛନ୍ତି। ସେ କହିଛନ୍ତି ଏସବୁ ପରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେବେ ଆଲୋଚନା ହେବ ତାହା ଭାରତ ଉପରେ ନିର୍ଭର କରେ।

କିର୍ଗିଜସ୍ତାନ ରାଜଧାନୀରେ ଆୟୋଜିତ ୨୯ତମ ସାଂଘାଇ ସହଯୋଗ ସଙ୍ଗଠନରେ ଯୋଗ ଦେଇଥିବା କ୍ୟୁରେସି କହିଛନ୍ତି ଯେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ହାତ ମିଳାଇଲେ ଓ ଅଭିବାଦନ କଲେ। ଭାରତ ସରକାର ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ନିର୍ବାଚନୀ ଢଙ୍ଗରେ କାର୍ଯ୍ୟ କରୁଥିବା କ୍ୟୁରେସି ଅଭିଯୋଗ କରିବା ସହ ପାକିସ୍ତାନ ଯାହା କରିବା କଥା କରିସାରିଛି, ଏବେ ଭାରତ ନିଷ୍ପତ୍ତି ନେବା ବୋଲି ସେ କହିଛନ୍ତି। ଭାରତ ଯେବେ ପ୍ରସ୍ତୁତ ହେବ, ସେବେ ଆମେ କଥା ହେବୁ ବୋଲି ସେ କହିଛନ୍ତି।

Comments are closed.