ନାଗରିକତା ସଂଶୋଧନ ବିଲକୁ ନେଇ ପାକିସ୍ତାନ ଖପ୍ପା

ଇସଲାମାବାଦ : ଭାରତରେ ଗତକାଲି ଲୋକସଭାରେ ନାଗରିକତା ସଂଶୋଧନ ବିଲ ପାସ ହେବା ପରେ ପାକିସ୍ତାନରେ ପ୍ରଭାବ ପଡିବା ଆରମ୍ଭ ହୋଇଛି। ପାକିସ୍ତାନ ଏହାକୁ ପଡୋଶୀ ଦେଶର ମାମଲାରେ ଦାଖଲ ବୋଲି କହିଛି। ସୋମବାର ମଧ୍ୟରାତ୍ରିରେ ନାଗରିକତା ସଂଶୋଧନ ବିଲ ୨୦୧୯କୁ ଲୋକସଭା ମଞ୍ଜୁରୀ ଦେଇଛି ଯେଉଁଥିରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ପୂର୍ବରୁ ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ବ ମିଳିବ ସହଜ ହେଵ। ଏଥିରେ ଧର୍ମକୁ ଆଳ କରି ଉତ୍ପୀଡ଼ନର ଶିକାର ହୋଇ ଭାରତକୁ ଚାଲିଆସିଥିବା ଅଣ-ମୁସଲିମମାନଙ୍କୁ ମଧ୍ୟ ନାଗରିକତ୍ଵ ମିଳିବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ, ଏହି ବିଧେୟକରେ ପଡୋଶୀ ଦେଶରେ ଅତ୍ୟାଚାରର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ସୁଫଳ ମିଳିବ। ସେ କହିଥିଲେ, ୧୯୪୭ରେ ପାକିସ୍ତାନରେ ୨୩ ପ୍ରତିଶତ ସଂଖ୍ୟାଲଘୁ ଥିବା ବେଳେ, ୨୦୧୧ରେ ଏହା ହ୍ରାସ ପାଇଁ ୩.୭ ପ୍ରତିଶତରେ ପହଂଚିଛି। ସେହି ଭଳି ବାଂଲାଦେଶରେ୧୯୭୪ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିବା ବେଳେ ୨୦୧୧ରେ ଏହା ୭.୮ ପ୍ରତିଶତରେ ପହଂଚିଛି।

ସେ କହିଥିଲେ, ଦେଶରେ କୌଣସି ଶରଣାର୍ଥୀନୀତିର ଆବଶ୍ୟକତା ନାହିଁ କାରଣ ଦେଶରେ ଶରଣାର୍ଥୀମାନଙ୍କୁ ସଂରକ୍ଷଣ ଦେବାକୁ ପର୍ଯ୍ୟାପ୍ତ ଆଇନ ରହିଛି।

Comments are closed.