କରତାରପୁର କରିଡରରୁ ପାକିସ୍ତାନ ଆଦାୟ କରିବ ମୋଟା ଅଙ୍କ

ନୂଆଦିଲ୍ଲୀ: କରତାରପୁର କରିଡ଼ରରୁ ପାକିସ୍ତାନ ତୀର୍ଥ ଯାତ୍ରୀଙ୍କ ଠାରୁ ୨୦ ଡଲାର ଲେଖାଏଁ ସେବା ଶୁଳ୍କ ଆଦାୟ ନ କରିବା ପାଇଁ ଭାରତ ଆଶା ବ୍ୟକ୍ତ କରିଛି। ଏହି କରିଡର ନେଇ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଉପଲକ୍ଷେ ଉଭୟ ଦେଶ ମଧ୍ୟରେ ଉଚିତ ସମୟରେ ବୁଝାମଣା ପତ୍ର ସ୍ଵାକ୍ଷର ହେବା ନେଇ ମଧ୍ୟ ଭାରତ ଆଶାବାଦୀ ଥିବା ଜଣାପଡିଛି।

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ପାକିସ୍ତାନ ସହ ଅନେକ ଥର ଆଲୋଚନା ପରେ ସମସ୍ତ ପ୍ରସଙ୍ଗରେ ବୁଝାମଣା ସଠିକ ରହିଥିଲେ ମଧ୍ୟ ସେବା ଶୁଳ୍କ ବିଷୟ ଚୂଡାନ୍ତ ହୋଇ ପାରିନାହିଁ। ପାକିସ୍ତାନ ଜଣେ ଯାତ୍ରୀ ପାଇଁ ସେବା ଶୁଳ୍କ ବାବଦକୁ ୨୦ ଡଲାର ଅର୍ଥାତ ୧ ହଜାର ୪୨୦ ଟଙ୍କା ଆଦାୟ କରିବା ଉପରେ ଗୁରୁତ୍ୱ ଦେଉଛି। ସେ କହିଛନ୍ତି ଯେ ଏଭଳି ଏକ ବଡ ଧରଣର କାର୍ଯ୍ୟକ୍ରମ ପାଇଁ ସଠିକ ସମୟରେ ଉଭୟ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ। ସେବା ଶୁଳ୍କ ଭଳି ବିଷୟ ଅସମାହିତ ରହିଥିଲେ ମଧ୍ୟ ଉଭୟ ଦେଶ ବୁଝାମଣାରେ ଉପନୀତ ହେବେ ଯାହା ଫଳରେ ଗୁରୁଦାସପୁର ଡେରା ବାବା ନାନକ ସହ କରତାରପୁର ସ୍ଥିତ ଦରବାର ସାହିବ ଗୁରୁଦ୍ୱାର ସାହିବ ଯୋଡି ହୋଇପାରିବ।

Comments are closed.