ଭାରତ ଉପରେ ପରମାଣୁ ଆକ୍ରମଣ ଲାଗି ପାକିସ୍ଥାନ ରେଳମନ୍ତ୍ରୀଙ୍କ ଧମକ; ଶୁଣନ୍ତୁ କଣ କହୁଛନ୍ତି ସେ

ନିଜ ବିବାଦୀୟ ବୟାନ ନିମନ୍ତେ ସର୍ବଦା ଚର୍ଚାରେ ରହୁଥିବା ପାକିସ୍ଥାନ ରେଳମନ୍ତ୍ରୀ ଶେଖ ରସିଦ୍ ପୁଣିଥରେ ଭାରତ ବିରୋଧରେ ଦେଇଛନ୍ତି ଭୟଙ୍କର ମନ୍ତବ୍ୟ । ଭାରତ ସହ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେ ଭାରତ ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛନ୍ତି । ରସିଦ୍ ସିଧାସିଧା କହିଛନ୍ତି ଯେ ପାକିସ୍ଥାନ ନିଜ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରି ରଖିଛି । ଏଥର ଯୁଦ୍ଧ ହେଲେ ତାହା ପାରମ୍ପରିକ ଯୁଦ୍ଧ ପରି ହେବନାହିଁ, ସିଧା ପରମାଣୁ ଆକ୍ରମଣ ହେବ । ଯେଉଁଥିରେ ଆସାମ ପର୍ଯ୍ୟନ୍ତ ଅଞ୍ଚଳକୁ ନିଶାଣ କରାଯାଇ ପାରିବ । ଇମ୍ରାନ ସରକାରଙ୍କ ଏହି ମନ୍ତ୍ରୀ  ଏ କଥା ମଧ୍ୟ କହିଛନ୍ତି ଆମର ଅସ୍ତ୍ରଶସ୍ତ୍ର ମୁସଲମାନଙ୍କ ଜୀବନ ବଞ୍ଚାଇବାକୁ ଲକ୍ଷ୍ୟରେରଖି ଆସାମ ପର୍ଯ୍ୟନ୍ତ ଆକ୍ରମଣକୁ ନିଣାଣ କରାଯିବ । ଅବଶ୍ୟ ରସିଦ୍ ପ୍ରଥମଥର ପାଇଁ ଏପରି ଧମକଭରା ମନ୍ତବ୍ୟ ଦେଇନାହାନ୍ତି । ଏହା ପୂର୍ବରୁ ସେ ଅନେକବାର ଭାରତ ବିରୋଧୀ ମନ୍ତବ୍ୟ  ଓ ଯୁଦ୍ଧ ଧମକ ମଧ୍ୟ ଦେଇଛନ୍ତି  ।

ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଏବେ ଆମେରିକା, ଅଷ୍ଟ୍ରେଲିଆ , କାନାଡ଼ା ଓ ବ୍ରିଟେନ ବିରୋଧରେ ଚୀନ ଠିଆ ହୋଇଛି । ଏହା ସହ ନେପାଳ, ଶ୍ରୀଲଙ୍କା, ଇରାନ ଓ ରୁଷକୁ ନେଇ ଚୀନ ନୂଆ ମେଣ୍ଟ କରିଛି । ଏପରି ସ୍ଥିତିରେ ପାକିସ୍ଥାନ ଚୀନ ସହ ଠିଆ ହେବାର ଆବଶ୍ୟକତା ରହିଛି । ଯଦି ପାକିସ୍ଥାନ ଉପରେ ଭାରତ ଆକ୍ରମଣ କରେ ତେବେ କୌଣସି କନଭେନସନ ୱାର (ପାରମ୍ପରିକ ଯୁଦ୍ଧ) ପ୍ରଶ୍ନ ଉଠୁନାହିଁ । ଏହା ଅତ୍ୟନ୍ତ ରକ୍ତାକ୍ତ ଓ ଅନ୍ତିମ ଯୁଦ୍ଧ ହେବ । ଆମର ଅସ୍ତ୍ରଶସ୍ତ୍ର ପୁରା ନିଖୁଣ ଓ ନିଜର ନିଶାଣ ଉପରେ ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦୀ । ଏହା ଆସାମ ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ ବୋଲି ରସିଦ୍ କହିଛନ୍ତି ।

Comments are closed.