ପାକିସ୍ତାନରେ ବନ୍ୟା ; ୨୫ ମୃତ

କରାଚି : ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ବୁଧବାର ଭୀଷଣ ବର୍ଷା ପରେ ହଠାତ ଆସିଥିବା ବନ୍ୟାରେ ଗୋଟିଏ ପରିବାରର ୬ ଜଣ ମହିଳାଙ୍କ ସମେତ ପ୍ରାୟ ୨୫ ଜଣଙ୍କ ଜୀବନ ଚାଲି ଯାଇଛି। କ୍ୱେଟା ଜିଲାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ଅନେକ ନିଖୋଜ ମଧ୍ୟ ରହିଛନ୍ତି। ଏହାସହ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ବଲୁଚିସ୍ତାନର ଅନେକ ସ୍ଥାନରେ ବର୍ଷା ଜନିତ କାରଣରୁ ଏହି ମୃତ୍ୟୁ ଘଟିଛି।
ଜିଲାରେ ପ୍ରାୟ ୩୦୦ ରୁ ଅଧିକ କଚ୍ଚା ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି। କ୍ୱେଟାରେ ଗୋଟିଏ ପରିବାରର ୬ ଜଣ ମହିଳାଙ୍କର ବର୍ଷା ଓ ପ୍ରବଳ ବେଗରେ ପବନ ହେତୁ ସେମାନଙ୍କ ଅସ୍ଥାୟୀ ଘର ଭୁଷୁଡି ମୃତ୍ୟୁ ହୋଇଛି।

Comments are closed.